ଆମ କାହାଣୀ

ବିଦ୍ୟାଳୟଗୁଡ଼ିକରୁ ଆମର କାହାଣୀ

ଚାଲ ସ୍କୁ୍ଲ୍ ଯିବା’ ନାମକ କାର୍ଯ୍ୟକ୍ରମ ଜରିଆରେ ପୁରାତନ ଛାତ୍ରଛାତ୍ରୀମାନେ ବିଦ୍ୟାଳୟର ସହ ଯୋଡି ହୋଇପାରୁଛନ୍ତି । ଅଧିକରୁ ଅଧିକ ପୁରାତନ ଛାତ୍ରଛାତ୍ରୀ ଏକାଠି ହୋଇ ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶର ନକ୍ସା ପ୍ରସ୍ତୁତ କରୁଛନ୍ତି । ଡିଜିଟାଲ ଭିତ୍ତିଭୂମିର ବିକାଶ ସହ ଅଭାବୀ ଓ ଗରିବ ପରିବାରର ପିଲାମାନେ କିଭଳି ସ୍କୁଲ୍ ଯାଇ ପାଠ ପଢିପାରିବେ ସେଥିଲାଗି ଉଦ୍ୟମ ଜାରି ରଖିଛନ୍ତି ।

Read More

ମୟୂରଭଞ୍ଜ ଜିଲ୍ଲା ବାରିପଦାରେ ଅଛି ତୁଳସୀଚଉରା କଲୋନୀ ସାହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ଆଭ୍ୟନ୍ତରୀଣ ଉପାନ୍ତ ଅଞ୍ଚଳରେ ଥିବା ଏହି ବିଦ୍ୟାଳୟ ବିକାଶର ମଙ୍ଗ ଧରିଛନ୍ତି ସ୍କୁଲ୍ର ପୁରାତନ ଛାତ୍ରଛାତ୍ରୀ । ବୟସରେ ସେମାନେ ବଡ଼ ନୁହଁନ୍ତି କି ଅଭିଜ୍ଞତାରେ ପୁରୁଖା ନୁହଁନ୍ତି । ହେଲେ ସେମାନଙ୍କ ଛୋଟ ହାତରେ ନେଇଛନ୍ତି ବଡ଼ ଦାୟିତ୍ୱ । ନିଜେ ପଢିଥିବା ବିଦ୍ୟାଳୟକୁ ସଜାଡ଼ିବାକୁ ଓ ସୁନ୍ଦର ଭାବରେ ଗଢି ତୋଳିବାକୁ ପ୍ରତିଜ୍ଞା ନେଇଛନ୍ତି ସ୍କୁଲ... Read More

ବଣ, ପାହାଡ଼ ଘେରା କଳାହାଣ୍ଡି ଜିଲ୍ଲା ସଦର ମହକୁମାଠାରୁ ୬୫ କିଲୋମିଟର ଦୂରରେ ରହିଛି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ଚପ୍ରିଆ । ଗୋଲମୁଣ୍ଡା ବ୍ଲକ୍‌ରେ ଥିବା ଏହି ବିଦ୍ୟାଳୟଟି ଶାନ୍ତ, ସୁନ୍ଦର ଏବଂ ସବୁଜ ବନାନୀ ଭରା ପରିବେଶ ଘେରା । ସ୍କୁଲ୍‌ର ଅଧିକାଂଶ ଛାତ୍ରଛାତ୍ରୀ ସ୍ଥାନୀୟ ଆଦିମ ଜନଜାତି । ତେବେ ଏକ ଉପାନ୍ତ ଅଞ୍ଚଳରେ ରହିଥିଲେ ମଧ୍ୟ ଏହି ସ୍କୁଲ୍‌ରେ ରହିଛି ସମସ୍ତ ଅତ୍ୟାଧୁନିକ ସୁବିଧା । ଉତ୍ତମ ଶ୍ରେଣୀଗୃହ ଓ ପିଲାମାନଙ୍କ ପାଇଁ ଡେସ୍କ, ବେଞ୍ଚରୁ ଆରମ୍ଭକରି ସ୍ୱଚ୍ଛ ପାନୀୟ ଜଳ ବ... Read More
କଟକ ଜିଲ୍ଲା ସଦର ମହକୁମାଠାରୁ ୨୧ କିଲୋମିଟର ଦୂରରେ ରହିଛି ସୁନ୍ଦରଗ୍ରାମ ସରକାରୀ ଉଚ୍ଚ ବିଦ୍ୟାଳୟ । ଦେଶ ସ୍ୱାଧୀନ ହେବାର ମାତ୍ର ୩ବର୍ଷ ପରେ ୧୯୫୦ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ଶିକ୍ଷାନୁଷ୍ଠାନ କଣ୍ଟାପଡା ବ୍ଲକ୍‌ର ସର୍ବ ପୁରାତନ ଉଚ୍ଚ ବିଦ୍ୟାଳୟ । ଗ୍ରାମବାସୀ ଓ ସ୍ଥାନୀୟ ଅଞ୍ଚଳର କିଛି ଜଣାଶୁଣା ଲୋକଙ୍କ ଉଦ୍ୟମରେ ପ୍ରଥମେ ଏହା ଏକ ବେସରକାରୀ ବିଦ୍ୟାଳୟ ଭାବରେ ଆରମ୍ଭ ହୋଇଥିଲା । କ୍ରମଶଃ ସରକାରୀ ଶିକ୍ଷାନୁଷ୍ଠାନ ଭାବରେ ରାଜ୍ୟ ସରକାରଙ୍କ ସ୍ୱୀକୃତି ମିଳିଲା । ପ୍ରଥମେ ୬... Read More
ସେମାନେ ନିଜେ ପାଠ ପଢିବାର ସୁଯୋଗରୁ ବଞ୍ଚିତ ହୋଇଛନ୍ତି । ହେଲେ ଏବେ ନିଜ ପିଲାମାନଙ୍କୁ କିଭଳି ଉଚ୍ଚଶିକ୍ଷିତ କରିବେ ସେଇ ଚେଷ୍ଟା କରିଚାଲିଛନ୍ତି । ସେମାନଙ୍କ ଭଳି ସେମାନଙ୍କ ପିଲାମାନେ ଯେପରି ଶିକ୍ଷା ଭଳି ମୌଳିକ ଅଧିକାର ପାଇବାରୁ ବଞ୍ଚିତ ନ ହୁଅନ୍ତି ସେଥିପାଇଁ ନିଜର ସର୍ବସ୍ୱ ପ୍ରଦାନ କରିବାକୁ ପଛାଇନାହାନ୍ତି । ଏଠାରେ ଆମେ କହୁଛୁ ସେଭଳି କିଛି ଲୋକଙ୍କ କଥା, ଯାହାଙ୍କ ଉଦ୍ୟମରେ ଆଜି ଏକ ଆଭ୍ୟନ୍ତରୀଣ ପଛୁଆ ଅଞ୍ଚଳରେ ଶିକ୍ଷାର ଆଲୋକ ଜଳିପାରିଛି । ପିଲାମାନେ କେବଳ ପାଠ ପଢିବାର... Read More
୧୯୯୧ ମସିହାରେ ଗ୍ରାମବାସୀମାନଙ୍କ ସହଯୋଗରେ ନୂଆପଡା ଜିଲ୍ଲାର ଖରିଆର ବ୍ଲକ୍‌ରେ ଆରମ୍ଭ ହୋଇଥିଲା ଗୋପୀନାଥ ଉଚ୍ଚ ବିଦ୍ୟାଳୟ। ବିଦ୍ୟାଳୟ ପ୍ରତିଷ୍ଠା ପଛରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଶିକ୍ଷାବିତ୍ ତଥା ସ୍ଥାନୀୟ ସରପଞ୍ଚ ସ୍ୱର୍ଗତ ଶ୍ରୀ ଗୋପୀନାଥ ବୈଠାରୁ। ଆଉ ଏହି ମହତ୍ କାର୍ଯ୍ୟ ପାଇଁ ନିଜର ୩ଏକର ଜମି ପ୍ରଦାନ କରିଥିଲେ ସ୍ୱର୍ଗତ ଶ୍ରୀ ବିଶ୍ୱମ୍ବର ଦାସ ଏବଂ ଶ୍ରୀ ଗୋପୀନାଥ ବୈଠାରୁ। ବେସରକାରୀରୁ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟର ମାନ୍ୟତା ପାଇଥିବା ଏହି ବିଦ୍ୟାଳୟକୁ ଏହାର ପ... Read More
ବିଦ୍ୟାଳୟର ବିକାଶ ପ୍ରକ୍ରିୟାରେ ପୁରାତନ ଛାତ୍ରଛାତ୍ରୀଙ୍କ ଅବଦାନକୁ ହୃଦୟଙ୍ଗମ କରି ୨୦୧୭ ମସିହାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ମୋ ସ୍କୁଲ୍ ଅଭିଯାନ’କୁ ଏକ ଆନ୍ଦୋଳନରେ ପରିଣତ କରିଥିବା ଏକ ବିଦ୍ୟାଳୟ ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟ, କାନପୁରା । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍‌ରେ ଥିବା ଏହି ବିଦ୍ୟାଳୟ ‘ମୋ ସ୍କୁଲ୍ ଅଭିଯାନ’ର ଏକ ସଫଳ ଉଦାହରଣ । ୧୯୯୨ ମସିହାରେ ଏକ ମହତ ଉଦ୍ଦେଶ୍ୟ ନେଇ ପ୍ରତିଷ୍ଠା ହୋଇଥିବା ଏହି ବିଦ୍ୟାଳୟ ଜିଲ୍ଲାର ଏକ ଆଭ୍ୟନ... Read More
ଶ୍ରୀ ବଟକୃଷ୍ଣ ଦାସ ନାମକ ଜଣେ ବଦାନ୍ୟ ବ୍ୟକ୍ତିଙ୍କ ପ୍ରଚେଷ୍ଟାରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ଅନ୍ତର୍ଗତ ସୁଭାଡିଆ ଗ୍ରାମରେ ପ୍ରତିଷ୍ଠା ହୋଇଥିଲା ମଲ୍ଲୀଲତା ଦାସ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ସ୍ଥାନୀୟ ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ ୧୯୭୧ ମସିହାରେ ସେ ଏହି ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ଏଥିପାଇଁ ସେ ନିଜର ଜମି ପ୍ରଦାନ କରିବା ସହ ସମସ୍ତ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିଥିଲେ । ଶ୍ରୀ ଦାସଙ୍କର ମା’ ଶ୍ରୀମତୀ ମଲ୍ଲୀଲତା ଦାସଙ୍କ ନାମରେ ବିଦ୍ୟାଳୟର ନାମକର... Read More
ପାରମ୍ପରିକ ଚକ୍ ଓ ବ୍ଲାକ୍‌ବୋର୍ଡ ଶିକ୍ଷାଦାନ ପ୍ରକ୍ରିୟାରୁ ଟିକେ ଆଗକୁ ଯାଇ କିଛି ନୂଆ କରିବାର ପ୍ରୟାସ କରିଛି ଗଞ୍ଜାମ ଜିଲ୍ଲା ଛତ୍ରପୁରସ୍ଥିତ ଅନ୍‌ସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟ । ସ୍ମାର୍ଟ କ୍ଲାସ୍‌ରୁମ୍ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଶ୍ରେଣୀଗୃହ ପ୍ରତି ଆକୃଷ୍ଟ କରିବାକୁ ପ୍ରୟାସ କରିଛନ୍ତି ବିଦ୍ୟାଳୟ କର୍ତ୍ତୃପକ୍ଷ । ଆଉ ଏଥିରେ ସେମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ ଯୋଗାଇ ଦେଇଛନ୍ତି ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ । ୨୦୧୭ ମସିହାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍... Read More
ଆମେରିକାର ରାଷ୍ଟ୍ରପତିଙ୍କ ନାମ ହେଉ କି ଆଲୋକଶ୍ଳେଷଣର ପ୍ରକ୍ରିୟା, ପ୍ରଶ୍ନ ପଚାରିବା ମାତ୍ରେ ତାହାର ଉତ୍ତର ସାଙ୍ଗେସାଙ୍ଗେ ମିଳୁଛି। କେବଳ ପାଠପୁସ୍ତକର ପ୍ରଶ୍ନ ନୁହେଁ, ସାଧାରଣ ଜ୍ଞାନରୁ ଆରମ୍ଭ କରି ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପର୍ଯ୍ୟନ୍ତ, ଛାତ୍ରଛାତ୍ରୀଙ୍କ ସବୁ ପ୍ରଶ୍ନର ଉତ୍ତର ଦେଉଛି ଆମାଜନ୍‌ର ଭଏସ୍ ଆସିଷ୍ଟାଣ୍ଟ୍ ‘ଆଲେକ୍ସା’। ବରଗଡ଼ ଜିଲ୍ଲା ସୋହେଲା ବ୍ଲକ୍‌ରେ ଥିବା ଲେବିଡି ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ହାତପାଆନ୍ତାରେ ଉପଲବ୍ଧ ହୋଇଛି ଏଭଳି ଅତ୍ୟାଧ... Read More
ବରଗଡ ଜିଲ୍ଲା ସଦର ମହକୁମାଠାରୁ ୪୦ କିଲୋମିଟର ଦୂର ଛତିଶଗଡ ସୀମାରେ ମଧୁପୁର ବ୍ଲକ୍ । ଏହି ବ୍ଲକ୍ ଅନ୍ତର୍ଗତ ଡୁମ୍ବରପାଲୀ ପଞ୍ଚାୟତରେ ରହିଛି ଖ୍ରୀଷ୍ଟଜ୍ୟୋତି ଉଚ୍ଚ ବିଦ୍ୟାଳୟ । ପଞ୍ଚାୟତର ଏହା ଏକମାତ୍ର ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟ । ସ୍ଥାନୀୟ ଅଞ୍ଚଳରେ ଶିକ୍ଷାର ବିକାଶ ଲାଗି ମଧୁପୁର କାଥୋଲିକ୍ ସ୍କୁଲ୍ କମିଟି ଦ୍ୱାରା ୧୯୮୪ରେ ଏହି ବିଦ୍ୟାଳୟ ସ୍ଥାପିତ ହୋଇଥିଲା । ପରବର୍ତ୍ତୀ ସମୟରେ ମଧୁପୁର କାଥୋଲିକ୍ ସ୍କୁଲ୍ କମିଟିର ଫାଦର ରିଚାର୍ଡଙ୍କ ପ୍ରଚେଷ୍ଟାରେ ଏହି ବିଦ୍... Read More
ବଣ ପାହାଡ ଘେରା଼ କଳାହାଣ୍ଡି ଜିଲ୍ଲାର ସଦର ମହକୁମାଠାରୁ ୬୦ କିଲୋମିଟର ଦୂରରେ ଅଛି ମହାଲିଙ୍ଗ ଉଚ୍ଚ ବିଦ୍ୟାଳୟ। ଗୋଲମୁଣ୍ଡା ବ୍ଲକ୍‌ରେ ଶିକ୍ଷାର ବିକାଶ ପାଇଁ ୧୯୮୦ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ବିଦ୍ୟାଳୟ ଆଜି ସ୍ଥାନୀୟ ଅଞ୍ଚଳରେ ଏକ ଆଦର୍ଶ ବିଦ୍ୟାଳୟ ଭାବରେ ପରିଗଣିତ ହେଉଛି। ସ୍ଥାନୀୟ ଅଞ୍ଚଳର ଅଧିକାଂଶ ଅଧିବାସୀ କୃୃଷି ଉପରେ ନିର୍ଭର କରନ୍ତି। ଶ୍ରୀ ଛବିରାଜ ସାହୁ ନାମକ ଜଣେ ଚାଷୀଙ୍କ ପ୍ରଚେଷ୍ଟାରେ ଏହି ବିଦ୍ୟାଳୟଟି ଆରମ୍ଭ ହୋଇଥିଲା। ପ୍ରଥମେ ଏଠାରେ କେବଳ ୮ମରୁ ୧୦ମ ଶ୍... Read More
ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ସୋରୋ ବ୍ଲକ୍‌ରେ ରହିଛି ସତ୍ୟାନନ୍ଦ ଉଚ୍ଚ ବିଦ୍ୟାଳୟ । ଶ୍ରୀ ନନ୍ଦକିଶୋର ଦାସ ଏବଂ ଶ୍ରୀ ନୀଳାମ୍ବର ଦାସଙ୍କ ପ୍ରଚେଷ୍ଟାରେ୧୯୩୯ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ବିଦ୍ୟାଳୟ ପାଇଁ ଶ୍ରୀ ଉପେନ୍ଦ୍ରନାଥ ପ୍ରଧାନ ନିଜ ଜମି ଦାନ କରିଥିଲେ । ପରବର୍ତ୍ତୀ ସମୟରେ ଅବେଳରେ ପ୍ରାଣ ହରାଇଥିବା ତାଙ୍କ ପୁଅ ଶ୍ରୀ ସତ୍ୟାନନ୍ଦ ପ୍ରଧାନଙ୍କ ନାମରେ ଏହି ବିଦ୍ୟାଳୟକୁ ନାମିତ କରାଯାଇଥିଲା । ସୋରୋ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଥିବା ଏହି ସ୍କୁଲ୍‌ରେ ୬ଷ୍ଠରୁ ୧୦ମ ପର୍ଯ... Read More
ଜଗତସିଂହପୁର ଜିଲ୍ଲାର ଏକ ପୁରାତନ ବିଦ୍ୟାଳୟ ବାଲିକୁଦା ସରକାରୀ ଉଚ୍ଚ ବିଦ୍ୟାଳୟ । ୧୮୮୫ ମସିହାରେ ପ୍ରାଥମିକ ବିଦ୍ୟାଳୟ ଭାବରେ ସ୍ଥାପିତ ହୋଇଥିବା ଏହି ବିଦ୍ୟାଳୟ ୧୯୪୨ରେ ଉଚ୍ଚ ବିଦ୍ୟାଳୟର ମାନ୍ୟତା ପାଇଥିଲା । ଖ୍ୟାତନାମା ବୈଜ୍ଞାନିକ ପ୍ରାଣକୃଷ୍ଣ ପରିଜା, ବିଶିଷ୍ଟ ଲେଖିକା ପଦ୍ମଶ୍ରୀ ପ୍ରତିଭା ରାୟ, ଜଳସମ୍ପଦ ଏବଂ ସୂଚନା ଏବଂ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ଭଳି ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କୁ ଗଢିତୋଳିଛି ଏହି ବିଦ୍ୟାଳୟ । କେବଳ ଏମାନେ ନୁହଁନ୍ତ, ବହୁ ମେଧାବୀ ଛ... Read More
ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକରେ ଅଏଁଲାସରୀ ନାମକ ଏକ ଛୋଟ ଗାଁ ଅଛି। ଏଠାକାର ଅଧିକାଂଶ ଗ୍ରାମବାସୀ ଜୀବିକା ପାଇଁ ଦୈନିକ ମଜୁରୀ ଏବଂ ଚାଷ ଉପରେ ନିର୍ଭର କରନ୍ତି। ଏହା ସତ୍ତ୍ୱେ ମଧ୍ୟ ସେମାନେ ଶିକ୍ଷାର ମୂଲ୍ୟ ବୁଝନ୍ତିଏବଂ ଏହାକୁ... Read More
୧୯୦୦ ମସିହା। ପରାଧୀନତାର ବେଡିରେ ସେପର୍ଯ୍ୟନ୍ତ ବାନ୍ଧି ହୋଇ ରହିଥିଲା ଭାରତ। ଏଇଭଳି ଗୋଟିଏ ସମୟରେ ଓଡିଶାର ଭଦ୍ରକ ଜିଲ୍ଲାର ଗୋଟିଏ ଛୋଟ ଗ୍ରାମରେ କେତେ ଜଣ ଗ୍ରାମବାସୀବିଦ୍ୟାଳୟଟିଏ ଆରମ୍ଭ କରିବା କଥା ଚିନ୍ତା କଲେ। ଏଭଳି ଚିନ୍ତାଧାରା ସମସ୍ତ ଗ... Read More
ପୁରୀର ବିଶ୍ଵମ୍ବର ବିଦ୍ୟାପୀଠ ୧୯୧୯ ମସିହାରେ ଏକ ପ୍ରାଥମିକ ବିଦ୍ୟାଳୟ ଭାବରେ ପ୍ରତିଷ୍ଠିତ ହୋଇଥିଲା। ୧୯୪୫ ମସିହାରେ ଏହା ଏକ ଉଚ୍ଚ ବିଦ୍ୟାଳୟରେ ପରିଣତ ହେଲା ଏବଂ ଆଗାମୀ ଦିନରେ ଉତ୍କୃଷ୍ଟ ଶିକ୍ଷାର ଶୀର୍ଷରେ ପହଞ୍ଚିଲା। ଏହି ପ୍ରାଚୀନ ବିଦ୍ୟାଳୟରେ ଶିକ୍ଷା ଲାଭ କରି ଅନେକ ଛାତ୍ର ଭବିଷ୍ୟତରେ ଓଡିଶାର ଜଣାଶୁଣା ବ୍ୟକ୍ତିତ୍ୱ ହୋଇପାରିଥିଲେ। ସେଥିପାଇଁ ଏହାକୁ ରାଜ୍ୟର ଏକ ପ୍ରମୁଖ ଅନୁଷ୍ଠାନ ଭାବରେ ପରିଗଣିତ କରା ଯାଉଥିଲା। ସମୟର ସହିତ ଏହାର ଶ୍ରେଷ୍ଠତା କ୍ରମଶଃ ଦୁର୍ବଳ ହେବାକ... Read More
କେନ୍ଦ୍ରପଡା ଜିଲ୍ଲାର ଏକ ସୁଦୂର ଗ୍ରାମତେଣ୍ଡାକୁଡା। ୧୮୮୦ ମସିହାରେ ଏହି ଗ୍ରାମର ଗ୍ରାମବାସୀମାନେ ଦୁଇ କୋଠରୀ ବିଶିଷ୍ଟ କୁଟୀରଟିଏରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଆରମ୍ଭ କରିଥିଲେ। ୧୮୮୫ ରେ ଏହା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହୋଇଯାଇଥିଲା। ତାହାର ତିନି ବର୍ଷ ପରେ, ଅର୍ଥାତ୍‌ ୧୮୮୮ ମସିହାରେ,ଏହା ମଧ୍ୟମ ଇଂରାଜୀ ବିଦ୍ୟାଳୟକୁ ଉନ୍ନୀତ ହୋଇଥିଲା।   ବିଦ୍ୟାଳୟର ଐତିହାସିକ ତଥ୍ୟରୁ ଜଣାପଡେ ଯେ ବିଭିନ୍ନ ସଂପ୍ରଦାୟର ସଦସ୍ୟମାନେ ଏକମନ ହୋଇ ଛୋଟ ସ୍କୁଲଟିକୁ ଗୋଟିଏ ମଧ୍ୟମ ... Read More
top