ଫଜଲ୍‌ ହକ୍ ଉଚ୍ଚ ବିଦ୍ୟାଳୟ, ତେଣ୍ଡାକୁଡା

କେନ୍ଦ୍ରପଡା ଜିଲ୍ଲାର ଏକ ସୁଦୂର ଗ୍ରାମତେଣ୍ଡାକୁଡା। ୧୮୮୦ ମସିହାରେ ଏହି ଗ୍ରାମର ଗ୍ରାମବାସୀମାନେ ଦୁଇ କୋଠରୀ ବିଶିଷ୍ଟ କୁଟୀରଟିଏରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଆରମ୍ଭ କରିଥିଲେ। ୧୮୮୫ ରେ ଏହା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହୋଇଯାଇଥିଲା। ତାହାର ତିନି ବର୍ଷ ପରେ, ଅର୍ଥାତ୍‌ ୧୮୮୮ ମସିହାରେ,ଏହା ମଧ୍ୟମ ଇଂରାଜୀ ବିଦ୍ୟାଳୟକୁ ଉନ୍ନୀତ ହୋଇଥିଲା।

 

ବିଦ୍ୟାଳୟର ଐତିହାସିକ ତଥ୍ୟରୁ ଜଣାପଡେ ଯେ ବିଭିନ୍ନ ସଂପ୍ରଦାୟର ସଦସ୍ୟମାନେ ଏକମନ ହୋଇ ଛୋଟ ସ୍କୁଲଟିକୁ ଗୋଟିଏ ମଧ୍ୟମ ଇଂରାଜୀ ବିଦ୍ୟାଳୟରେ ପରିଣତ କରାଇ ପାରିଥିଲେ। ୧୯୪୩ ମସିହାରେ ଜିଲ୍ଲା ବୋର୍ଡ ସଦସ୍ୟ ତଥା ଅବିଭକ୍ତ କଟକ ଜିଲ୍ଲାର ଶିକ୍ଷା ଦାୟିତ୍ବରେ ଥିବା ରାଇସୁଙ୍ଗୁଡା, ସାଲିପୁରର ସୟଦ୍‌ ଫଜଲ୍‌ ହକ୍ ବିଦ୍ୟାଳୟର ଉନ୍ନୟନ ପାଇଁ ୫୦୦୦ ଟଙ୍କା ଉଦାର ଭାବରେ ଦାନ କରିଥିଲେ। ଗ୍ରାମବାସୀମାନେ ସେମାନଙ୍କର ହୃଦୟର କୃତଜ୍ଞତା ଜଣାଇବା ପାଇଁ ବିଦ୍ୟାଳୟର ନୂତନ ନାମକରଣ କରିଥିଲେ।ସ୍କୁଲର ନାମ ହୋଇଗଲା ଫଜଲ୍‌ ହକ୍ ଉଚ୍ଚ ବିଦ୍ୟାଳୟ।

 

ବିଦ୍ୟାଳୟ ଆରମ୍ଭ ଦିନଠାରୁ ଆଜି ପର୍ଯ୍ୟନ୍ତ ଗ୍ରାମବାସୀମାନେ ବିଦ୍ୟାଳୟ ସହଗଭୀର ଭାବରେ ଜଡିତ। ୨୦୧୭ ମସିହାରେ ଯେତେବେଳେ ‘ମୋ ସ୍କୁଲ ଅଭିଯାନ’ର ଘୋଷଣା କରାଗଲା, ସେତେବେଳେ ଏହା ଉଭୟ ଗ୍ରାମବାସୀ ତଥା ସ୍କୁଲରେ ଆନନ୍ଦର ଲହରୀ ଖେଳାଇ ଦେଇଥିଲା। ପ୍ରଧାନ ଶିକ୍ଷକଙ୍କ ସମେତ କିଛି ଶୁଭେଚ୍ଛୁ ଏକାଠି ହୋଇ ଏକ ପୁରାତନ ଛାତ୍ର ସଂଘର ସ୍ଥାପନା କଲେ। ଛାତ୍ର ସଂଘଟି ବିଦ୍ୟାଳୟର ବିକାଶ ପାଇଁ ରେ ପ୍ରଥମରୁ ହିଁ ବିଭିନ୍ନ କାର୍ଯ୍ୟ ଆରମ୍ଭ କରିଦେଲା। ୨୦୧୯ ମସିହାରେ ଏହି ଛାତ୍ର ସଂଘ ବିଦ୍ୟାଳୟର ପ୍ଲାଟିନମ୍‌ ଜୟନ୍ତୀ ପାଳନ କରିଥିଲା। ଏହାର କିଛି ମାସ ପରେ ୨୦୨୦ ମସିହାରେ ଛାତ୍ର ସଂଘଟି ବିଦ୍ୟାଳୟର ଲାଇବ୍ରେରୀକୁ ନୂତନ ରୂପ ଦେବା ପାଇଁ ସ୍ଥିର କଲା। ସମସ୍ତଙ୍କ ସହଯୋଗରେ କିଛି ଅର୍ଥ ଏକତ୍ରିତ କରାଗଲା। ‘ମୋ ସ୍କୁଲ ଅଭିଯାନ’ର ନିୟମ ଅନୁଯାୟୀ ଏଥିରେ ଯୋଗ ହୋଇଗଲା ସରକାରଙ୍କର ଦୁଇଗୁଣ ଅନୁଦାନ। ସମସ୍ତ ଅର୍ଥ ବିନୀଯୋଗ କରି ସୃଷ୍ଟି ହେଲା ନୂଆ ଲାଇବ୍ରେରୀ। ତେଣ୍ଡାକୁଡା ଗ୍ରାମର ସବୁ ସମ୍ପ୍ରଦାୟକୁ ସମ୍ମାନ ଜଣାଇ ଲାଇବ୍ରେରୀର ନାମକରଣ କରାଯାଇଛି ‘ରାମ ରହିମ୍‌ ପାଠାଗାର’।

top