ତୁଳସୀଚଉରା କଲୋନୀ ସାହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ : ଛୋଟ ହାତରେ ବଡ଼ ଦାୟିତ୍ୱ

ମୟୂରଭଞ୍ଜ ଜିଲ୍ଲା ବାରିପଦାରେ ଅଛି ତୁଳସୀଚଉରା କଲୋନୀ ସାହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ଆଭ୍ୟନ୍ତରୀଣ ଉପାନ୍ତ ଅଞ୍ଚଳରେ ଥିବା ଏହି ବିଦ୍ୟାଳୟ ବିକାଶର ମଙ୍ଗ ଧରିଛନ୍ତି ସ୍କୁଲ୍ର ପୁରାତନ ଛାତ୍ରଛାତ୍ରୀ । ବୟସରେ ସେମାନେ ବଡ଼ ନୁହଁନ୍ତି କି ଅଭିଜ୍ଞତାରେ ପୁରୁଖା ନୁହଁନ୍ତି । ହେଲେ ସେମାନଙ୍କ ଛୋଟ ହାତରେ ନେଇଛନ୍ତି ବଡ଼ ଦାୟିତ୍ୱ । ନିଜେ ପଢିଥିବା ବିଦ୍ୟାଳୟକୁ ସଜାଡ଼ିବାକୁ ଓ ସୁନ୍ଦର ଭାବରେ ଗଢି ତୋଳିବାକୁ ପ୍ରତିଜ୍ଞା ନେଇଛନ୍ତି ସ୍କୁଲ୍ର କିଛି ପୁରାତନ ଯୁବ ଛାତ୍ରଛାତ୍ରୀ ।

previous arrow
next arrow
Slider

ଦୃଢ ମନୋବଳ ଥିଲେ ବୟସ କେବେ ପ୍ରତିବନ୍ଧକ ନୁହେଁ, ଯାହାକୁ ପ୍ରମାଣିତ କରି ଦେଖାଇଛନ୍ତି ବାରିପଦା ଜିଲ୍ଲା ତୁଳସୀଚଉରା କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୁରାତନ ଛାତ୍ର ସଂଗଠନ ।୨୦୧୦ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ବିଦ୍ୟାଳୟର ପ୍ରଥମ ବ୍ୟାଚ୍ର ଛାତ୍ରଛାତ୍ରୀମାନେ ଏବେ ଯୁକ୍ତ ଦୁଇରେ ଅଧ୍ୟୟନରତ । ହେଲେ ବିଦ୍ୟାଳୟ ପାଇଁ ଥିବା ସେମାନଙ୍କର ଭଲପାଇବା ଉସôର୍ଗୀକୃତ ମନୋଭାବ ଯୋଗୁ ସେମାନେ ଆଜି ନିଜେ ପଢିଥିବା ବିଦ୍ୟାଳୟର ବିକାଶରେ ପ୍ରମୁଖ ବିନ୍ଧାଣୀ ସାଜିଛନ୍ତି । ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ଗଠନ ହୋଇଥିବା ଏକ କମିଟି ବିଦ୍ୟାଳୟର ସମସ୍ତ ଉନ୍ନତିମୂଳକ ପ୍ରକଳ୍ପର ତଦାରଖ କରୁଛି । ରାଜ୍ୟ ସରକାରଙ୍କ ମୋ ସ୍କୁଲ୍ ଅଭିଯାନରେ ଅନ୍ତର୍ଭୁକ୍ତ ହେବା ପରଠାରୁ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀମାନେ ସମସ୍ତ କାର୍ଯ୍ୟରେ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବରେ ସାମିଲ ହେଉଛନ୍ତି ଏବଂ ବର୍ତ୍ତମାନର ଛାତ୍ରଛାତ୍ରୀମାନେ ଶିକ୍ଷାଲାଭ ପାଇଁ ଯେପରି ଏକ ଉକ୍ରୃଷ୍ଠ ପରିବେଶ ପାଇପାରିବେ ତାହାକୁ ନିଶ୍ଚିନ୍ତ କରୁଛନ୍ତି ।

ଖୁବ୍ କମ୍ ବୟସରୁ ନିଜ ବିଦ୍ୟାଳୟ ପ୍ରତି ଥିବା କର୍ତ୍ତବ୍ୟ ପାଳନ କରି ଏହି ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀମାନେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ନିଜ ପାଠପଢା ସାଙ୍ଗକୁ ଛୁଟିଦିନଗୁଡିକରେ ବିଦ୍ୟାଳୟ କାର୍ଯ୍ୟରେ ସେମାନେ ସାହାଯ୍ୟ କରୁଛନ୍ତି । ସ୍କୁଲ୍ର ସ୍ୱଚ୍ଛତା କାର୍ଯ୍ୟକ୍ରମଠାରୁ ଆରମ୍ଭ କରି ବୃକ୍ଷରୋପଣ ଏବଂ ପିଲାମାନଙ୍କୁ ପଢାଇବା ପର୍ଯ୍ୟନ୍ତ, ସବୁଥିରେ ସେମାନେ ସହଯୋଗ କରୁଛନ୍ତି । ପୁରାତନ ଛାତ୍ରଛାତ୍ରୀଙ୍କର ସକ୍ରିୟ ଅଂଶଗ୍ରହଣ ଯୋଗୁଁ ବିଦ୍ୟାଳୟର ଉଲ୍ଲେଖନୀୟ ଉନ୍ନତି ଘଟିଛି । ଟିଏଲ୍ଏମ୍ କୋଠରୀ ନିର୍ମାଣ ସହି ଶିକ୍ଷାଦାନ ଶୈ÷ଳୀ ସରଳ ଏବଂ ଉନ୍ନତ ହୋଇପାରିଛି । ଫଳସ୍ୱରୂପ ୨୦୧୯-୨୦ ଶିକ୍ଷାବର୍ଷରେ ବିଦ୍ୟାଳୟର ୩ ଜଣ ଛାତ୍ର ଛାତ୍ରବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

୨୦୧୮ ମସିହାରୁ ଏହି ସ୍କୁଲ୍ ମୋ ସ୍କୁଲ୍ ଅଭିଯାନରେ ସାମିଲ ହୋଇଛି । ପୁରାତନ ଛାତ୍ରଛାତ୍ରୀଙ୍କ ଏବଂ ସ୍କୁଲ୍ କର୍ତ୍ତୃପକ୍ଷଙ୍କ ମିଳିତ ଉଦ୍ୟମରେ ବିଦ୍ୟାଳୟ ପରିସରରେ ଏକ ପାର୍କ, ପାଥ୍ୱେ ନିର୍ମାଣ ଏବଂ ଟିଏଲ୍ଏମ୍ ରୁମ୍ ତିଆରି ସମ୍ଭବ ହୋଇପାରିଛି ।