କେତୋଟି ସାଧାରଣ ପ୍ରଶ୍ନ

ଭାରତ ଓ ଭାରତ ବାହାରେ ବାସ କରୁଥିବା ପୁରାତନ ଛାତ୍ରଛାତ୍ରୀମାନେ ନିଜ ନିଜର ବିଦ୍ୟାଳୟ ପାଇଁ ଅନୁଦାନ ଦେବାର ଆଗ୍ରହକୁ ଦୃଷ୍ଟିରେ ରଖି ନଭେମ୍ବର ୧୪,୨୦୧୭, ଅର୍ଥାତ୍‌ ଶିଶୁ ଦିବସରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମୋ ସ୍କୁଲ ଅଭିଯାନ ପରିଚାଳନା ସଂଗଠନ ଆରମ୍ଭ କରିଥିଲେ।
ଓଡ଼ିଶାର ସରକାରୀ ଓ ସରକାରୀ ସହାୟତା ପାଉଥିବା ସ୍କୁଲଗୁଡ଼ିକ ସହିତ ସଂଯୁକ୍ତ ହୋଇ ଏବଂ ସହଯୋଗ ସ୍ଥାପନ କରି ପରିବର୍ତ୍ତନ ଆଣିବା ପାଇଁ ଏହା ଏକ ଉତ୍କୃଷ୍ଟ ମଞ୍ଚ। ମୋ ସ୍କୁଲ କେବଳ ଆମ ରାଜ୍ୟରେ ନୁହଁ, ସମଗ୍ର ଦେଶରେ ଏକ ନୂଆ ଧରଣର ପଦକ୍ଷେପ। ଏଥିରେ ରହିଛି ନାଗରିକ-ସରକାରଙ୍କ ଭାଗୀଦାରିତା। ମୋ ସ୍କୁଲ କାର୍ଯ୍ୟକ୍ରମରେ ନାଗରିକମାନେ କର୍ମସୂଚୀ ରୂପାୟନ, ଲକ୍ଷ୍ୟ ଧାର୍ଯ୍ୟ ଓ କାର୍ଯ୍ୟ ସମ୍ପାଦନର ନିର୍ଦ୍ଦେଶ ଦେଇଥାଆନ୍ତି ଏବଂ ସରକାର ପ୍ରକଳ୍ପ ପରିଚାଳନା ତଥା ଆର୍ଥିକ ସହାୟତା କରନ୍ତି।

ମୋ ସ୍କୁଲ ଅଭିଯାନ କାର୍ଯ୍ୟକାରିତା ପାଇଁ ପାଣ୍ଠି ମୁଖ୍ୟତଃ ଦୁଇଟି ସୂତ୍ରରୁ ଆସିଥାଏ- ଦାତାମାନଙ୍କଠାରୁ ଆର୍ଥିକ ଦାନ ଆକାରରେ ଏବଂ ସରକାରଙ୍କ ଦ୍ୱାରା ଏଥିପାଇଁ ସ୍ୱତନ୍ତ୍ର ଭାବରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଗଠନ କରାଯାଇଥିବା ୧୦୦ କୋଟି ଟଙ୍କାର ପାଣ୍ଠିରୁ ଦାତାମାନେ ଦାନ ଆକାରରେ ଦେଇଥିବା ଅର୍ଥର ଦୁଇଗୁଣ (୨X) ଆସିଥାଏ। ଦାତାମାନେ ଅର୍ଥ ବ୍ୟତୀତ ଉପକରଣ ବା ଉପଯୋଗୀ ସାମଗ୍ରୀ କିମ୍ବା ସେବା ଆକାରରେ ମଧ୍ୟ ସେମାନଙ୍କର ଅନୁଦାନ ଦେଇଥାଆନ୍ତି।

ମୋ ସ୍କୁଲ ଅଭିଯାନ ପୁରାତନ ଛାତ୍ରଛାତ୍ରୀ(କିମ୍ବା ଅନ୍ୟମାନେ), ପୁରାତନ ଛାତ୍ର ସଂସଦ, ଶିକ୍ଷକ ତଥା ସମାଜ ମଧ୍ୟରେ ଏକ ସହଭାଗିତା ସୃଷ୍ଟି କରେ। ସ୍କୁଲ ଭିତ୍ତିଭୂମିର ବିକାଶ, କ୍ରୀଡ଼ା, ସଂସ୍କୃତି, କଳା, ବିଜ୍ଞାନ, ପ୍ରଯୁକ୍ତି ଓ ଔଦ୍ୟୋଗିକ ଶିକ୍ଷାଦାନ କ୍ଷେତ୍ରରେ ପ୍ରତିଭାବାନ ପିଲାମାନଙ୍କୁ ପ୍ରୋତ୍ସାହନ ଦେବା, ପରାମର୍ଶ ଦେବା, ସହଯୋଗ କରିବା, ଯୋଗଦାନ ଦେବା - ଏହି ସବୁ କ୍ଷେତ୍ରରେ ମୋ ସ୍କୁଲ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।
ପୁରାତନ ଛାତ୍ରଛାତ୍ରୀ ଏବଂ ବିଦ୍ୟାଳୟ ସହ ଭାବଗତ ସମ୍ପର୍କ ଥିବା ଯେକୌଣସି ବ୍ୟକ୍ତିବିଶେଷ ‘ମୋ ସ୍କୁଲ୍ ଅଭିଯାନ’ ମାଧ୍ୟମରେ ବିଦ୍ୟାଳୟର ଭିତ୍ତିଭୂମି ଏବଂ ଶୈକ୍ଷିକ ପରିବେଶକୁ ଉନ୍ନତ କରିବାରେ ସହଯୋଗ କରିପାରିବେ । ଯେ କୌଣସି ବ୍ୟକ୍ତିବିଶେଷ, ଗୋଷ୍ଠୀ, ଅନୁଷ୍ଠାନ, ସାମାଜିକ ସଂଗଠନ, କୌଣସି ସଂସ୍ଥା, କମ୍ପାନୀ କିମ୍ବା ପ୍ରତିଷ୍ଠାନ, ବଦାନ୍ୟ ବ୍ୟକ୍ତିବିଶେଷ ଏବଂ ଅନ୍ୟମାନେ ଏହି ଅଭିଯାନରେ ସାମିଲ ହୋଇ ବିଦ୍ୟାଳୟ ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ । ଏହାସହ ‘ମୋ ସ୍କୁଲ୍ ଅଭିଯାନ’ ମାଧ୍ୟମରେ ବିଦ୍ୟାଳୟଗୁଡ଼ିକର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ରାଜ୍ୟ ସରକାର କର୍ପୋରେଟ୍ ସୋସିଆଲ୍ ରେସ୍‌ପନ୍ସବିଲିଟଇ (ସିଏସ୍‌ଆର୍‌) ଅନୁଦାନକୁ ମଧ୍ୟ ସ୍ୱୀକୃତି ପ୍ରଦାନ କରିଛନ୍ତି ।
ସ୍କୁଲ ସହିତ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ଜଡ଼ିତ କରିବାକୁ ରାଜ୍ୟରେ ପୁରାତନ ଛାତ୍ର ସଂସଦମାନଙ୍କର ପଞ୍ଜୀକରଣ ପାଇଁ ମୋ ସ୍କୁଲ ଅଭିଯାନ ଉତ୍ସାହିତ କରେ। ତେବେ ଏ ଅଭିଯାନରେ ସହଯୋଗ କରିବା ପାଇଁ ପୁରାତନ ଛାତ୍ର ସଂସଦ ପଞ୍ଜୀକରଣ ହେବା ବାଧ୍ୟତାମୂଳକ ନୁହେଁ। ପଞ୍ଜୀକରଣ ହୋଇ ନଥିବା ପୁରାତନ ଛାତ୍ର ସଂସଦଟିଏ ମଧ୍ୟ ମୋ ସ୍କୁଲ ଅଧୀନରେ ଗୋଟିଏ ସ୍କୁଲ ପ୍ରକଳ୍ପ ଆରମ୍ଭ କରିପାରିବ।
ମୋ ସ୍କୁଲ ଟିମ୍ ସହିତ reachout@moschool.in ମାଧ୍ୟମରେ ଆପଣ ଯୋଗାଯୋଗ କରିପାରିବେ।

ଆପଣ ମଧ୍ୟ ନିମ୍ନଲିଖିତ ଦୁଇଜଣ ମୋ ସ୍କୁଲ ଅଧିକାରୀଙ୍କ ସହିତ ଟେଲିଫୋନ କିମ୍ବା ଇ-ମେଲ୍ ମାଧ୍ୟମରେ ଯୋଗାଯୋଗ କରିପାରିବେ।

ଡ। ମଣି ପ୍ରସାଦ ମିଶ୍ର, ଓଏଏସ (ସ)
ଅଫିସର ଅନ ସ୍ପେଶାଲ ଡ୍ୟୁଟି (ଓଏସଡି), ମୋ ସ୍କୁଲ,
+୯୧ ୯୩୪୮୧୨୭୭୭୦
drmaniprasad@moschool.in

ଶ୍ରୀମତୀ ରାଜ ଲକ୍ଷ୍ମୀ ଦାସ
ଚିଫ ଅପରେଟିଂ ଅଫିସର, ମୋ ସ୍କୁଲ
+୯୧ ୯୭୭୬୭ ୬୫୫୫୫
rajlaxmi@moschool.in
ବିକଳ୍ପ ୧: ସ୍କୁଲର ପୁରାତନ ଛାତ୍ର ସଂସଦ କିମ୍ବା ପ୍ରଧାନ ଶିକ୍ଷକ / ଶିକ୍ଷୟିତ୍ରୀ / ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ ଯୋଗାଯୋଗ କରନ୍ତୁ।
ବିକଳ୍ପ ୨: ଏହି ୱେବସାଇଟ୍‌ରେ ନିଜ ସ୍କୁଲକୁ ଖୋଜନ୍ତୁ ଏବଂ ପେମେଣ୍ଟ୍ ଗେଟୱେ ବ୍ୟବହାର କରି ଇଲେକ୍ଟ୍ରୋନିକ ପେମେଣ୍ଟ କରନ୍ତୁ ।
ବିକଳ୍ପ ୩: ମୋ ସ୍କୁଲ ଟିମ୍‌କୁ reachout@moschool.in ରେ ଇ-ମେଲ୍‌ ପଠାନ୍ତୁ।
ହଁ।

ସ୍କୁଲର ପ୍ରଧାନ ଶିକ୍ଷକ / ଶିକ୍ଷୟିତ୍ରୀଙ୍କୁ ଆପଣ ଆପଣଙ୍କ ଚେକ୍ ଦେଇପାରିବେ ଏବଂ ସେ ବିଦ୍ୟାଳୟର ମୋ ସ୍କୁଲ ଆକାଉଣ୍ଟ୍‌ରେ ତାହାକୁ ଜମା କରିପାରିବେ। ଯଦି ସଂପୃକ୍ତ ବିଦ୍ୟାଳୟଟି ସେପର୍ଯ୍ୟନ୍ତ ମୋ ସ୍କୁଲ ଆକାଉଣ୍ଟ୍‌ ଖୋଲିନାହିଁ, ତାହେଲେ ଜିଲ୍ଲା ସ୍ତରରେ ଖୋଲାଯାଇଥିବା ମୋ ସ୍କୁଲ ବ୍ୟାଙ୍କ ଆକାଉଣ୍ଟ୍‌ରେ ଟଙ୍କା ଜମା କରିବାରେ ଆମେ ସହାୟତା କରିବୁ।

ଭୁବନେଶ୍ୱରରେ ଅବସ୍ଥାପିତ ମୋ ସ୍କୁଲ ଅଭିଯାନ ପରିଚାଳନା ସଂଗଠନ କାର୍ଯ୍ୟାଳୟରେ ମଧ୍ୟ ଆପଣ ଆପଣଙ୍କ ଚେକ୍ ଦେଇପାରିବେ। ୱେବ୍‌ସାଇଟ୍‌ରେ ପ୍ରଦାନ କରାଯାଇଥିବା ଅଫିସ୍ ଠିକଣାକୁ ଦେଖନ୍ତୁ।
ହଁ, ଆପଣ ଆପଣଙ୍କ ବିଦ୍ୟାଳୟର ମୋ ସ୍କୁଲ ଆକାଉଣ୍ଟ୍‌କୁ ଦାନ କରିପାରିବେ। ଯଦି ସଂପୃକ୍ତ ବିଦ୍ୟାଳୟଟି ସେପର୍ଯ୍ୟନ୍ତ ମୋ ସ୍କୁଲ ଆକାଉଣ୍ଟ ଖୋଲିନାହିଁ, ତାହେଲେ ଜିଲ୍ଲା ସ୍ତରରେ ଖୋଲାଯାଇଥିବା ମୋ ସ୍କୁଲ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା କରିବାରେ ଆମେ ସହାୟତା କରିବୁ।
ହଁ, ମୋ ସ୍କୁଲ ୱେବ୍‌ସାଇଟ୍‌ରେ ପେମେଣ୍ଟ୍‌ ଗେଟୱେ ମାଧ୍ୟମରେ ଅନ୍‌ଲାଇନ୍‌ରେ ଦାନ ଦେଇପାରିବେ।

ଇଲେକଟ୍ରୋନିକ ଉପାୟରେ କୌଣସି ଦାନ ଦେବା ପୂର୍ବରୁ ଆପଣଙ୍କୁ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଏବଂ ଆଗ୍ରହ ପତ୍ର (ଏଲଓଆଇ)କୁ ମୋ ସ୍କୁଲ ଟିମ୍ ନିକଟରେ ଦାଖଲ କରିବାକୁ ଅନୁରୋଧ କରାଯିବ। ଆପଣଙ୍କ ପ୍ରକଳ୍ପ ପ୍ରସ୍ତାବର ବାସ୍ତବତାକୁ ପରଖିବା ଏହାର ଉଦ୍ଦେଶ୍ୟ। ଥରେ ମଞ୍ଜୁର ହୋଇଗଲେ ଅନ୍‌ଲାଇନ୍ ପେମେଣ୍ଟ୍‌ ଗେଟୱେ ମାଧ୍ୟମରେ ଦାନ ପ୍ରଦାନ ପାଇଁ କିମ୍ବା ସଂପୃକ୍ତ ବିଦ୍ୟାଳୟକୁ ସିଧାସଳଖ ଅର୍ଥ ଦାନ ପାଇଁ ନିବେଦନ କରାଯିବ।
ଆର୍ଥିକ ଯୋଗଦାନ ନେଇ କୌଣସି ସର୍ବନିମ୍ନ କିମ୍ବା ସର୍ବୋଚ୍ଚ ସୀମା ନାହିଁ। କିନ୍ତୁ କୌଣସି ବିଦ୍ୟାଳୟ ପାଇଁ ଗୋଟିଏ ବର୍ଷରେ ଦାତାଙ୍କ ଯୋଗଦାନ ଏବଂ ସରକାରଙ୍କ ଯୋଗଦାନକୁ ମିଶାଇ ମୋଟ ଦାନର ପରିମାଣ ୧.୫ କୋଟି ଟଙ୍କାରୁ ଅଧିକ ହେବ ନାହିଁ।
ହଁ, ଆପଣଙ୍କ ଆର୍ଥିକ ଯୋଗଦାନ ସହିତ ରାଜ୍ୟ ସରକାର ୨ଗୁଣ ଯୋଗଦାନ ଦେବେ। ଉଦାହରଣ ସ୍ୱରୂପ, ଆପଣ ଯଦି ବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ ୧ ଲକ୍ଷ ଟଙ୍କା ଦିଅନ୍ତି, ତାହେଲେ ସରକାର ୨ ଲକ୍ଷ ଟଙ୍କା ଦେବେ। ଅର୍ଥାତ୍‌, ଆପଣଙ୍କ ଯୋଗଦାନ ବାସ୍ତବରେ ୩ ଲକ୍ଷ ଟଙ୍କା ହେବ।
କେବଳ ମୋ ସ୍କୁଲ ରାଜ୍ୟ ଆକାଉଣ୍ଟରେ ସିଧାସଳଖ ଭାବରେ ଦିଆଯାଇଥିବା ଅବଦାନ ଆୟକର ଅଧିନିୟମର ୮୦ ଜି ବିଭାଗ ଅନୁଯାୟି ଟିକସ ଛାଡ ପାଇଁ ଦାବି କରାଯଇପାରିବ।
ହଁ, ଆପଣ ସାମଗ୍ରୀ ଆକାରରେ ଦାନ ଦେଇପାରିବେ। କିନ୍ତୁ ସାମଗ୍ରୀ ଦାନପାଇଁ ମୋ ସ୍କୁଲ ପକ୍ଷରୁ କୌଣସି ଦାନ ଦିଆଯିବ ନାହିଁ। ସରକାରଙ୍କ ୨ ଗୁଣ ଯୋଗଦାନ କେବଳ ଆର୍ଥିକ ଅନୁଦାନ ପାଇଁ ପ୍ରଯୁଜ୍ୟ।
ସାମଗ୍ରୀ ଯୋଗଦାନ ବିଦ୍ୟାଳୟ ପାଇଁ ଅତ୍ୟନ୍ତ ଉପଯୋଗୀ। ଆସବାବପତ୍ର, ପଙ୍ଖା, ବାସନକୁସନ, ୱାଟର୍‌ ଫିଲ୍‌ଟର୍‌, ଶିକ୍ଷା ସମ୍ପର୍କିତ କିଟ୍, କ୍ରୀଡ଼ା ଉପକରଣ, ସଙ୍ଗୀତ ଉପକରଣ ଆଦି ଏଥିରେ ଅନ୍ତର୍ଭୁକ୍ତ। ତେବେ ମନେ ରଖିବେ, ବ୍ୟବହୃତ ହୋଇଥିବା ସାମଗ୍ରୀ ବିଦ୍ୟାଳୟକୁ ଦେବା ପାଇଁ ମୋ ସ୍କୁଲ ନିରୁତ୍ସାହିତ କରିଥାଏ।
ନା, ମୋ ସ୍କୁଲ ପୂର୍ବ ବ୍ୟବହୃତ ଉପକରଣ, କଳକବ୍‌ଜା, ଆସବାବପତ୍ର, ପୋଷାକ, ବହି ଆଦି ଗ୍ରହଣ କରିବ ନାହିଁ। ବ୍ୟବହୃତ ହୋଇଥିବା ସାମଗ୍ରୀ ବିଦ୍ୟାଳୟମାନଙ୍କୁ ନ ଦେବା ପାଇଁ ଅନୁରୋଧ।
ସ୍ବେଚ୍ଛାକୃତ ଭାବରେ ଆପଣ ଅନେକ ରକମର ସାହାଯ୍ୟ କରିପାରିବେ। ସ୍କୁଲର ପରିସରକୁ ତଥା ଶ୍ରେଣୀଗୃହମାନଙ୍କୁ ପରିଷ୍କାର ପରିଚ୍ଛନ୍ନ ରଖିବା, ଭାଙ୍ଗିଯାଇଥିବା ଜିନିଷକୁ ସଜାଡ଼ିବା, ପ୍ରତିଷ୍ଠାନକୁ ରଙ୍ଗଦେବା ଆଦି କାର୍ଯ୍ୟରେ ସାହାଯ୍ୟ କରିପାରିବେ। ସୁଯୋଗ ଅପର୍ଯ୍ୟାପ୍ତ।

ବିଦ୍ୟାଳୟର ବସ୍ତୁଗତ ଭିତ୍ତିଭୂମି ବିକାଶରେ କେବଳ ନୁହଁ, ଆପଣ ଇଚ୍ଛା କଲେ ଜ୍ଞାନ ପ୍ରଦାନରେ ତଥା ପାଠ୍ୟକ୍ରମ ବାହାରର ଜ୍ଞାନ ପ୍ରଦାନରେ ସାହାଯ୍ୟ କରିପାରିବେ। ଉଦାହରଣ ସ୍ୱରୂପ, ଆପଣ ଗୋଟିଏ ବିଦ୍ୟାଳୟରେ ଜୈବ ବିବିଧତା ଉଦ୍ୟାନଟିଏ, ପନିପରିବା ବଗିଚାଟିଏ, ସ୍କୁଲ କ୍ୟାବିନେଟ୍‌(ବାଳ ସଂସଦ)ଟିଏ, କିମ୍ବା ସାହିତ୍ୟ, ସିନେମା ବା ସନ୍ଧାନୀ କ୍ଲବ୍‌ଟିଏ ଗଠନ କରିପାରିବେ।

ସ୍କୁଲ୍‌ରେ ଚିନ୍ତାଧାରା ଆଦାନ ପ୍ରଦାନ କରିପାରିବେ, ଜୀବନ ଅଭିଜ୍ଞତା କିମ୍ବା କାହାଣୀ କହିପାରିବେ, କୌଶଳ, କଳା ବା କାରିଗରି ଆଦି ଶିଖାଇ ପାରିବେ। ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅନୁମତି ନେଇ ସ୍କୁଲ ଛୁଟି ହେବା ପରେ କିମ୍ବା ସପ୍ତାହ ଶେଷର ଛୁଟିଦିନରେ ଏହା କରିପାରିବେ।

ନା, ମୋ ସ୍କୁଲ ଅଭିଯାନ ପରିଚାଳନା ସଂଗଠନ ବିଦେଶୀ ମୁଦ୍ରା ଗ୍ରହଣ କରେ ନାହିଁ।
ହଁ, ଆପଣ ଜଣେ ବନ୍ଧୁ କିମ୍ବା ଆପଣଙ୍କ ପରିବାର ତରଫରୁ ଦାନ ଦେଇପାରିବେ।
ହଁ। ଯଦି ବିଦ୍ୟାଳୟର ବ୍ୟବହାର ପାଇଁ ଉପଯୁକ୍ତ ହୋଇଥାଏ ତାହେଲେ ବିବାଦମୁକ୍ତ ସମ୍ପତ୍ତି (ଉଦାହାରଣ ସ୍ୱରୂପ ଜମି, କୋଠାଘର) ଦାନ କରିପାରିବେ। ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ପରାମର୍ଶ ପରେ ଏହା କରାଯାଇପାରିବ।
ନା, ଆପଣ ଯାହା ଦାନ କରିଛନ୍ତି ପରେ ତାହାର ମାଲିକାନା କିମ୍ବା ବ୍ୟବହାର ଦାବି କରିପାରିବେ ନାହିଁ।
ଭାରତୀୟ ନାଗରିକଙ୍କ ପାଇଁ ପରିଚୟ ପ୍ରମାଣପତ୍ର (ନିମ୍ନଲିଖିତ ତାଲିକା ମଧ୍ୟରୁ ଯେ କୌଣସି ଗୋଟିଏ):
ପାନ୍ କାର୍ଡ ନମ୍ବର
ଆଧାର ନମ୍ବର
ଭୋଟର ପରିଚୟପତ୍ର
ଡ୍ରାଇଭର ପରିଚୟପତ୍ର

ଏନଆରଆଇ / ପିଆଇଓ / ଓସିଆଇ ପାଇଁ ପରିଚୟ ପ୍ରମାଣପତ୍ର:
ପାସପୋର୍ଟ ନମ୍ବର
ଜାରି ହୋଇଥିବା ତାରିଖ
ଜାରି ହୋଇଥିବା ସ୍ଥାନ
ବୈଧତା ତାରିଖ
ମୋ ସ୍କୁଲ ଏକ ସଂଗଠିତ ଓ ସୁବ୍ୟବସ୍ଥିତ ପଦ୍ଧତି ଅନୁସରଣ କରିଥାଏ। ଥରେ ଗୋଟିଏ ବିଦ୍ୟାଳୟ ଏକ ପ୍ରକଳ୍ପ ପ୍ରସ୍ତାବ ଗ୍ରହଣ କରିଲେ ଏବଂ ଦାତାଙ୍କଠାରୁ ବଜେଟ୍‌ ଆକଳନ ପାଇ ତାହାକୁ ମଞ୍ଜୁର କରିସାରିଲେ, ମଞ୍ଜୁରପ୍ରାପ୍ତ ପ୍ରକଳ୍ପ ଏବଂ ଏ ବାବଦ ଆର୍ଥିକ ଯୋଗଦାନକୁ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କ ନିକଟକୁ ପଠାଇଥାଏ। ଏହାପରେ ଡିଇଓ ତାଙ୍କ ଜିଲ୍ଲାରେ ସମସ୍ତ ମୋ ସ୍କୁଲ ପ୍ରକଳ୍ପର ତାଲିକା କରନ୍ତି ଏବଂ ମୋ ସ୍କୁଲ କାର୍ଯ୍ୟନିର୍ବାହୀ ପରିଷଦର ମଞ୍ଜୁରି ପାଇଁ ରାଜ୍ୟ ସରକାରଙ୍କ ୨ଗୁଣ ଯୋଗଦାନର ଅନ୍ୟ ଏକ ତାଲିକା ଦାଖଲ କରିଥାନ୍ତି।

ମୋ ସ୍କୁଲ ଅଭିଯାନ ପରିଚାଳନା ସଂଗଠନ ଠାରୁ ଆବଶ୍ୟକ ଯୋଗଦାନ ପାଇବା ପରେ ବିଦ୍ୟାଳୟ ପକ୍ଷରୁ ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହୋଇଥାଏ ଏବଂ ଏ ସମ୍ପର୍କରେ ଦାତାଙ୍କୁ ସୂଚନା ଦିଆଯାଇଥାଏ।

ଭିତ୍ତିଭୂମି ବିକାଶ ସଂକ୍ରାନ୍ତ କାର୍ଯ୍ୟ ପାଇଁ ପ୍ରଧାନଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରକଳ୍ପ ଯୋଜନା, ସମୟ ସୀମା ଏବଂ ବଜେଟ ଆକଳନ କରିବା ପାଇଁ ଉପଦେଶ ଦିଆଯାଇଛି। ସେହି ଅନୁସାରେ ପ୍ରଧାନ ଶିକ୍ଷକ କୌଣସି ଯୋଗ୍ୟ ସଂସ୍ଥାଙ୍କ ଦ୍ବାରା କାର୍ଯ୍ୟ ସମ୍ପାଦନ କରିପାରିବେ।

ଅଡିଟ୍‌ ଓ ଯାଞ୍ଚ ଲାଗି ସମସ୍ତ କେସ୍ ରେକର୍ଡ୍‌ ଏବଂ ଆନୁସଙ୍ଗିକ ଦସ୍ତାବିଜ୍ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଖିବାକୁ କ୍ଷମତାପ୍ରାପ୍ତ। କାର୍ଯ୍ୟର ଅଗ୍ରଗତି ଏବଂ ଶେଷ ହୋଇଥିବା ପ୍ରକଳ୍ପଗୁଡିକ ମୋ ସ୍କୁଲ ଅଭିଯାନର ଅଧିକାରୀ ଓ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯାଞ୍ଚ କରିବେ। କାର୍ଯ୍ୟ ଚାଲୁଥିବା ବେଳେ ଅନୁଦାନ ଦେଇଥିବା ବ୍ୟକ୍ତିଙ୍କ ସହିତ ପ୍ରଧାନ ଶିକ୍ଷକ କିମ୍ବା ପ୍ରଧାନ ଶିକ୍ଷକଙ୍କ ଦ୍ୱାରା କ୍ଷମତାପ୍ରାପ୍ତ କୌଣସି ଅଧିକାରୀ ନିୟମିତ ଭାବରେ ଯୋଗାଯୋଗରେ ରହିବେ।
କାର୍ଯ୍ୟ ସମ୍ପାଦନ ଏବଂ ସମୀକ୍ଷା ସମୟରେ ଅନୁଦାନ ଦେଇଥିବା ବ୍ୟକ୍ତି ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ସହିତ ଯୋଗାଯୋଗରେ ରହିବା ପାଇଁ ମୋ ସ୍କୁଲ ଉତ୍ସାହିତ କରିଥାଏ।

ପ୍ରକଳ୍ପର ବିଭିନ୍ନ ପର୍ଯ୍ୟାୟରେ, ପ୍ରଧାନ ଶିକ୍ଷକ ଓ ପ୍ରକଳ୍ପ କାର୍ଯ୍ୟକାରୀ କରୁଥିବା ବ୍ୟକ୍ତିମାନେ କାର୍ଯ୍ୟର ଅଗ୍ରଗତି (ଉଭୟ ଆର୍ଥିକ ଏବଂ ଭୌତିକ) ନେଇ ଦାତାଙ୍କ ସହ ଟେଲିଫୋନରେ କଥାବାର୍ତ୍ତା କରିପାରିବେ କିମ୍ବା ଇ-ମେଲ୍ / ହ୍ୱାଟସ୍ଆପ୍ ଇତ୍ୟାଦି ମାଧ୍ୟମରେ ମତ ବିନିମୟ କରିପାରିବେ।

ଚୂଡ଼ାନ୍ତ ଅର୍ଥ ପ୍ରାପ୍ତ ହେବା ପୂର୍ବରୁ କାର୍ଯ୍ୟ କରୁଥିବା ସଂସ୍ଥା ପ୍ରଧାନଶିକ୍ଷକ / ଜିଲ୍ଲାଶିକ୍ଷାଅଧିକାରୀ / ଜିଲ୍ଲାପାଳଙ୍କ ନିକଟରେ ପ୍ରକଳ୍ପ ପୂର୍ଣ୍ଣାଙ୍ଗ ପ୍ରମାଣପତ୍ର ଦାଖଲ କରିବ। ଆବଶ୍ୟକ ପଡ଼ିଲେ ଦାତାମାନଙ୍କୁ ଏକ ସନ୍ତୁଷ୍ଟି ନୋଟ୍ ଦେବା ପାଇଁ ଅନୁରୋଧ ମଧ୍ୟ କରାଯିବ।

କାର୍ଯ୍ୟର ଅଗ୍ରଗତି ବା ପ୍ରକଳ୍ପର ଫଳାଫଳରେ ଯଦି ଦାତା ସନ୍ତୁଷ୍ଟ ନ ହୁଅନ୍ତି, ତାହେଲେ ସେ ମୋ ସ୍କୁଲ ଅଭିଯାନ / ଜିଲ୍ଲାପାଳ /ଜିଲ୍ଲାଶିକ୍ଷାଅଧିକାରୀ / ପ୍ରଧାନଶିକ୍ଷକଙ୍କୁ ଲେଖିପାରିବେ। ଦାତା ଯେଉଁ ପ୍ରସଙ୍ଗ ଉଠାଇବେ, ତାହାର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ।
ସଂପୃକ୍ତ ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀ ପୁରାତନ ଛାତ୍ର ସଂସଦ ସହିତ ବିଚାର କରି ଯୁକ୍ତିଯୁକ୍ତ ସ୍ଥାନରେ ଦାତାଙ୍କ ନାମ କାଠ/ଧାତବ/ପ୍ଲାଷ୍ଟିକ୍‌ ବୋର୍ଡରେ ଲେଖି ପାରିବେ। ତେବେ ଏହା ବାଧ୍ୟତାମୂଳକ ନୁହେଁ। କିନ୍ତୁ ସ୍ଥାୟୀ ନିର୍ମାଣ ଉପରେ ନାମର ପ୍ରଦର୍ଶନକୁ ମୋ ସ୍କୁଲ ଉତ୍ସାହିତ କରି ନ ଥାଏ।
ସ୍କୁଲ କାର୍ଯ୍ୟରେ ସଂଯୁକ୍ତ ରହିବା ଉଦ୍ଦେଶ୍ୟରେ ରାଜ୍ୟର ସମସ୍ତ ପୁରାତନ ଛାତ୍ର ସଂସଦକୁ ପଞ୍ଜୀକୃତ ହେବା ପାଇଁ ମୋ ସ୍କୁଲ ଉତ୍ସାହିତ କରିଥାଏ। ତେବେ ମୋ ସ୍କୁଲ ଅଭିଯାନରେ କାର୍ଯ୍ୟ ଆରମ୍ଭ କରିବା ପାଇଁ ପୁରାତନ ଛାତ୍ର ସଂସଦ ପଞ୍ଜୀକୃତ ହେବା ବାଧ୍ୟତାମୂଳକ ନୁହେଁ। ପଞ୍ଜୀକୃତ ହୋଇ ନ ଥିବା ପୁରାତନ ଛାତ୍ର ସଂସଦ ସହିତ ମୋ ସ୍କୁଲ ଅଧୀନରେ ଥିବା ଗୋଟିଏ ବିଦ୍ୟାଳୟ ପ୍ରକଳ୍ପ ଆରମ୍ଭ କରିପାରିବ।
top

top