“ମୋ’ ସ୍କୁଲ” କେନ୍ଦ୍ରୀୟ ଟିମ୍ରେ ରହିଛନ୍ତି ସ୍ବନାମଧନ୍ୟ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ସଂଗଠନରୁ ଆସିଥିବା କେତେକ ଅଭିଜ୍ଞ ବ୍ୟକ୍ତି। ସେମାନେ ଶିଶୁର ଜୀବନ ଗଢିବା ଓ ବିକାଶ ଦିଗରେ ଶିକ୍ଷାର ରହିଥିବା ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକାର କରନ୍ତି।
“ମୋ’ ସ୍କୁଲ” କେନ୍ଦ୍ରୀୟ ଟିମ୍ରେ ଜଣେ ସଦସ୍ୟ ସଚିବ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ଏମ୍ଏସ୍ ଓ ସିଇଓ) ଅଛନ୍ତି। ତାଙ୍କୁ ସାହାଯ୍ୟ କରିବା ପାଇଁ ଅଛନ୍ତି ଜଣେ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଓଓ), ଯିଏ କି କାର୍ଯ୍ୟକ୍ରମର ପରିଚାଳନା କରନ୍ତି। ଏହା ସହ ଅଛନ୍ତି ଜଣେ ସ୍ୱତନ୍ତ୍ର ଦାୟିତ୍ୱ ଅଧିକାରୀ (ଓଏସ୍ଡି), ଯିଏ କି ମୋ ସ୍କୁଲର ଆର୍ଥିକ ତଥା ନିୟମିତ ଶାସନରେ ସହାୟତା କରନ୍ତି।
ସଦସ୍ୟ ସଚିବ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଧ୍ୟକ୍ଷ/ଅଧ୍ୟକ୍ଷା ଓ ଉପାଧ୍ୟକ୍ଷଙ୍କୁ ରିପୋର୍ଟ କରନ୍ତି। ଜଣେବିଶିଷ୍ଟ ବ୍ୟକ୍ତିଙ୍କୁ ରାଜ୍ୟସରକାର ଅଧ୍ୟକ୍ଷ/ଅଧ୍ୟକ୍ଷା ଭାବରେ ନିର୍ବାଚନ କରନ୍ତି। ସ୍କୁଲ ଓ ଗଣଶିକ୍ଷା ବିଭାଗର କମିସନର୍ ତଥା ସଚିବ ଏହାର ଉପାଧ୍ୟକ୍ଷ। ଓଡ଼ିଶା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ କର୍ତ୍ତୃପକ୍ଷ (ଓସେପା)ର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଏହାର ସଦସ୍ୟ ସଚିବ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ।କେନ୍ଦ୍ରୀୟ ଟିମ୍ ଓଡ଼ିଶା ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ଏବଂ ଏହାର ବିଭିନ୍ନ ଶାଖା ଯଥା ସର୍ବ ଶିକ୍ଷା ଅଭିଯାନ, ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ଏବଂ ରାଜ୍ୟ ଶିକ୍ଷା ଓ ଗବେଷଣା ପରିଷଦ (ଏସସିଇଆର୍ଟି) ସହ ସମନ୍ଵୟରକ୍ଷା କରି କାର୍ଯ୍ୟ କରନ୍ତି।
କେତେଜଣ ସରକାରୀ ଅଫିସର୍, ଯଥା ଓଡ଼ିଶା ଶିକ୍ଷା ସେବା (ଓଇଏସ୍)ଅଧିକାରୀ, ଓଡ଼ିଶା ଟିକସ ଓ ଲେଖା ସେବା (ଓଟିଏଏସ୍)ଅଧିକାରୀ, ସେକ୍ସନ୍ ଅଫିସର, ପ୍ରଶାସନିକ ସହକାରୀ କର୍ମଚାରୀ- ଏହି କେନ୍ଦ୍ରୀୟ ଟିମ୍ ସହ ମିଶି କାର୍ଯ୍ୟ କରନ୍ତି ।
“ମୋ’ ସ୍କୁଲ”ର ଅଧ୍ୟକ୍ଷା ପ୍ରଶାସନିକ ପରିଷଦ(ଜିସି)ର ମୁଖ୍ୟ।
ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଏହାର ଉପାଧ୍ୟକ୍ଷ ଏବଂ ଓଡ଼ିଶା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ କର୍ତ୍ତୃପକ୍ଷ (ଓସେପା)ର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଏହାର ସଦସ୍ୟ ସଚିବ। ପ୍ରଶାସନିକ ପରିଷଦର ସଦସ୍ୟମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ଅଛନ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ, ଅନୁସୂଚିତ ଜାତି ଓ ଜନଜାତି ବିଭାଗର ନିର୍ଦ୍ଦେଶକ, ସ୍କୁଲ ଓ ଗଣଶିକ୍ଷା ବିଭାଗର ଅର୍ଥନୈତିକ ଉପଦେଷ୍ଟା, ୩ ଜଣ ଜିଲ୍ଲାପାଳ, ମୋ ସ୍କୁଲର ସ୍ୱତନ୍ତ୍ର ଦାୟିତ୍ୱ ଅଧିକାରୀ (ଓଏସ୍ଡି), ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ), ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଓଓ) ଏବଂ ୩ ଜଣ ମନୋନୀତ ସଦସ୍ୟ।
ପ୍ରଶାସନିକ ପରିଷଦ ପ୍ରତି ତିନିମାସରେ ଥରେ ଏକାଠି ହୁଏ। ସିଇଓ ପ୍ରତି ବୈଠକରେ ହୋଇଥିବା ଆଲୋଚନା ଓ ନିଷ୍ପତ୍ତିକୁ ନେଇ ଏକ ବିବରଣୀ ପ୍ରସ୍ତୁତ କରନ୍ତି ଏବଂ ତାହାକୁ ଅଧ୍ୟକ୍ଷ/ଅଧ୍ୟକ୍ଷାଙ୍କ ମଂଜୁରୀ ପାଇଁ ପଠାନ୍ତି।
ପ୍ରଶାସନିକ ପରିଷଦର ଭୂମିକା ଓ କାର୍ଯ୍ୟାବଳୀ:
“ମୋ’ ସ୍କୁଲ” କାର୍ଯ୍ୟନିର୍ବାହୀ ପରିଷଦ (ଇସି) ସଂଗଠନର ନିତିଦିନିଆ କାର୍ଯ୍ୟ ପରିଚାଳନା କରେ। ଏହା ଏକ ରାଜ୍ୟସ୍ତରୀୟ କମିଟି (ଏସ୍ଏଲ୍ସି) ଭାବରେ କାର୍ଯ୍ୟକରେ। ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ କାର୍ଯ୍ୟନିର୍ବାହୀ ପରିଷଦର ଅଧ୍ୟକ୍ଷ।ସଂଗଠନର ସିଇଓ ଉପ-ସଭାପତି। ସେହିପରି ସ୍ୱତନ୍ତ୍ର ଦାୟିତ୍ୱ ଅଧିକାରୀ (ଓଏସ୍ଡି) ଇସିର ସଦସ୍ୟ ଆବାହକ ଭାବରେ କାମ କରନ୍ତି।
କାର୍ଯ୍ୟନିର୍ବାହୀ ପରିଷଦର ଅନ୍ୟ ସଦସ୍ୟମାନେ ହେଲେ ସଂଗଠନର ସିଓଓ, ନିର୍ଦ୍ଦେଶକ-ପ୍ରାଥମିକ ଶିକ୍ଷା, ନିର୍ଦ୍ଦେଶକ-ଟିଇ ଓ ଏସସିଇଆର୍ଟି (ଶିକ୍ଷକ ତାଲିମ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ତାଲିମ ପରିଷଦ), ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ-ଓସେପା, ଆର୍ଥିକ ଉପଦେଷ୍ଟା ଓ ମୁଖ୍ୟ ଲେଖା ଅଧିକାରୀ-ଓସେପା, ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ।
ଇସିର ମନୋନୀତ ସଦସ୍ୟମାନେ ହେଲେ ଜଣେ ସ୍ଥପତି, ଜଣେ ଚଳଚ୍ଚିତ୍ର ନିର୍ମାତା, ଜଣେ ଶିକ୍ଷା ପଦ୍ଧତି ବିଶେଷଜ୍ଞ ଓ ଅଧ୍ୟକ୍ଷ/ସିଇଓଙ୍କ ଦ୍ୱାରା ମନୋନୀତ ଦୁଇଜଣ ଅନ୍ୟ ସଦସ୍ୟ, ଯେଉଁମାନେ କି ସ୍କୁଲ ଶିକ୍ଷା, କଳା, ସାହିତ୍ୟ, ଡିଜାଇନ୍, ବିଜ୍ଞାପନ, ବିଜ୍ଞାନ, ଇଂଜିନିୟରିଂ, ସାମାଜିକ କାର୍ଯ୍ୟ ଓ କ୍ରୀଡା ଓ ଅନ୍ୟ ବିଭିନ୍ନ କ୍ଷେତ୍ର ସହ ସଂପୃକ୍ତ ଥିବେ।
କାର୍ଯ୍ୟନିର୍ବାହୀ ପରିଷଦର ଭୂମିକା ଓ କାର୍ଯ୍ୟ ନିମ୍ନରେ ଦିଆଗଲା:
ଓଡ଼ିଶାରେ ୩୦ଟି ଜିଲ୍ଲା ରହିଛି। ପ୍ରତି ଜିଲ୍ଲାରେ ମୋ ସ୍କୁଲ ଜିଲ୍ଲା ସ୍ତରୀୟ କମିଟି ରହିଛି। ଜିଲ୍ଲାପାଳ ଏହାର ଅଧ୍ୟକ୍ଷ। ଜିଲ୍ଲା ଶିକ୍ଷା ଅଧିକାରୀ ଏହାର ସଦସ୍ୟ ଆବାହକ।
ଡିଏଲ୍ସିରେ ଥିବା ଅନ୍ୟ ସଦସ୍ୟମାନେ ହେଲେ ଜିଲ୍ଲା ପ୍ରକଳ୍ପ ସଂଯୋଜକ-ସର୍ବ ଶିକ୍ଷା ଅଭିଯାନ, ଜିଲ୍ଲା ଶିକ୍ଷା ଓ ତାଲିମ ପ୍ରତିଷ୍ଠାନ(ଡିଆଇଇଟି)ର ଅଧ୍ୟକ୍ଷ,ଜଣେ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ), ସ୍କୁଲ ପରିଚାଳନା ଓ ଉନ୍ନୟନ ପରିଷଦ (ଏସ୍ଏମ୍ଡିସି)ର ଦୁଇଜଣ ନାଗରିକ ସଦସ୍ୟ।
ଡିଏଲ୍ସିର ମନୋନୀତ ସଦସ୍ୟମାନେ ହେଲେ ଜଣେ ସ୍ଥପତି, ମୋ ସ୍କୁଲ ଦ୍ୱାରା ମନୋନୀତ ଜଣେ ଚଳଚ୍ଚିତ୍ର ନିର୍ମାତା, ଜିଲ୍ଲାପାଳଙ୍କ ଦ୍ୱାରା ମନୋନୀତ ଦୁଇଜଣ ଅନ୍ୟ ସଦସ୍ୟ, ଯେଉଁମାନେ ସ୍କୁଲ ଶିକ୍ଷା, କଳା, ସାହିତ୍ୟ, ଡିଜାଇନ, ବିଜ୍ଞାପନ, ବିଜ୍ଞାନ, ଇଂଜିନିୟରିଂ, ସାମାଜିକ କାର୍ଯ୍ୟ ଓ କ୍ରୀଡା ଓ ଅନ୍ୟ ବିଭିନ୍ନ କ୍ଷେତ୍ର ସହ ସଂପୃକ୍ତ ଥିବେ।
ଡିଏଲ୍ସିର ଭୂମିକା ଓ କାର୍ଯ୍ୟ ନିମ୍ନରେ ଦିଆଗଲା:
ସରକାରଙ୍କ ମଂଜୁରୀକ୍ରମେ ପ୍ରଶାସନିକ ପରିଷଦ ମୋ ସ୍କୁଲ ପରାମର୍ଶଦାତା ପରିଷଦକୁ ପାଞ୍ଚଜଣ ବ୍ୟକ୍ତିଙ୍କୁ ମନୋନୀତ କରିପାରିବ। ଏମାନଙ୍କ କାର୍ଯ୍ୟକାଳ ୩ ବର୍ଷ ରହିବ। ଏହି ସଦସ୍ୟମାନେ ଶିକ୍ଷା, କଳା, ସାହିତ୍ୟ, ଡିଜାଇନ, ବିଜ୍ଞାପନ, ବିଜ୍ଞାନ, ଇଂଜିନିୟରିଂ, ସାମାଜିକ କାର୍ଯ୍ୟ ଏବଂ କ୍ରୀଡା ଓ ଅନ୍ୟ ବିଭିନ୍ନ କ୍ଷେତ୍ର ସହ ସଂପୃକ୍ତ ଥିବେ।
ମୋ ସ୍କୁଲ ପରାମର୍ଶଦାତା ପରିଷଦକୁ ଦୁଇଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ମନୋନୀତ କରାଯାଇଛି।
ଶିକ୍ଷାବିତ୍ ଓ ସାହିତ୍ୟିକ
ଡକ୍ଟର ଯତୀନ୍ଦ୍ର କୁମାର ନାୟକ ଜଣେ ସୁପରିଚିତ ଶିକ୍ଷାବିତ୍ ଓ ସାହିତ୍ୟିକ। ଓଡିଆରୁ ଇଂରାଜୀକୁ ଅନୁବାଦ, ସାହିତ୍ୟ ସମାଲୋଚନା, ବିଭିନ୍ନ ସ୍ତମ୍ଭ ରଚନା ଏବଂ ସମ୍ପାଦନ କ୍ଷେତ୍ରରେ ସେ ସୁପରିଚିତ। ସେ କଟକର ରେଭେନ୍ସା କଲେଜରେ ଶିକ୍ଷାଲାଭ କରିଥିଲେ ଏବଂ ପରେ ଅକ୍ସ୍ଫୋର୍ଡ୍ ବିଶ୍ବବିଦ୍ୟାଳୟରୁ ଡକ୍ଟରେଟ୍ କରିଥିଲେ। ସେ ଉତ୍କଳ ବିଶ୍ବବିଦ୍ୟାଳୟରେ ସ୍ନାତକୋତ୍ତର ଛାତ୍ରଛାତ୍ରୀମାନଙ୍କୁ ଇଂରାଜୀ ସାହିତ୍ୟ ପଢାଉଥିଲେ। ଅନୁବାଦ ସାହିତ୍ୟର ପ୍ରସାର ପାଇଁ ଡକ୍ଟର ନାୟକ ‘ରୂପାନ୍ତର’ ନାମକ ଏକ ସଂସ୍ଥା ସ୍ଥାପନ କରିଛନ୍ତି। ‘ରୂପାନ୍ତର’ ବହୁ ଓଡିଆ ପୁସ୍ତକକୁ ଇଂରାଜୀରେ ଅନୁବାଦ କରିସାରିଛି।
ଶିକ୍ଷାବିତ୍ ଓ ଏନ୍ଜିଓ ମୁଖ୍ୟ
ଶ୍ରୀମତୀ ନିବେଦିତା ସ୍କଡର୍ ରିଷିଭ୍ୟାଲି ସ୍କୁଲ୍ର ପ୍ରାକ୍ତନ ପ୍ରଧାନ ଶିକ୍ଷୟିତ୍ରୀ। ଜଣେ ବିଶିଷ୍ଟ ଶିକ୍ଷାବିତ୍ ଭାବରେ ସେ ଉତ୍କଳ ବିଶ୍ବବିଦ୍ୟାଳୟରୁ ବିଏଡ୍ ଓ ଏମ୍ଏଡ୍ କରିଥିଲେ। ଅଷ୍ଟ ଦଶକର ଆରମ୍ଭରେ ସେ ବିଶାଖାପାଟଣାର ଟିମ୍ପାନି ସ୍କୁଲ୍ରେ ଶିକ୍ଷାଦାନ ଆରମ୍ଭ କରିଥିଲେ। ପରେ ରିଷିଭ୍ୟାଲି ସ୍କୁଲରେ ଯୋଗ ଦେଇଥିଲେ। ସେଇ ବିଦ୍ୟାଳୟରେ ୧୨ ବର୍ଷ ଶିକ୍ଷକତା କରିବା ପରେ ୧୯୯୭ ରୁ ୧୯୯୯ ପର୍ଯ୍ୟନ୍ତ ସେ ସ୍କୁଲ୍ର ପ୍ରଧାନ ଶିକ୍ଷୟିତ୍ରୀ ଥିଲେ। ୨୦୦୦ ମସିହାରୁ ସେ ବେସରକାରୀ ଅନୁଷ୍ଠାନ ‘ଉନ୍ନୟନ’ର ଅଧ୍ୟକ୍ଷା ରୂପେ କାର୍ଯ୍ୟରତ। ‘ଉନ୍ନୟନ’ ଅନୁନ୍ନତ ସମ୍ପ୍ରଦାୟଙ୍କ ସ୍ଥାୟୀ ବିକାଶ ପାଇଁ ସତତ କାର୍ଯ୍ୟ କରି ଚାଲିଛି।